ବଣାଇ (ରମେଶ ଚନ୍ଦ୍ର ବେହେରା): କେନ୍ଦ୍ର ସରକାର କୃଷି ଆଇନ କୁ ବିରୋଧକରି ସାରା ଭାରତ ବର୍ଷ କୁ ବନ୍ଦ ଡ଼କରା ଦେଇଛି ବିଭିନ୍ନ କୃଷକ ସଙ୍ଗଠନ। ଏହି ବନ୍ଦ ଡାକରା କୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରି କୃଷକମାନଙ୍କ ସହିତ ଭାରତ ବନ୍ଦରେ ସହଯୋଗ କରିଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବ ସୁନ୍ଦରଗଡ ଜିଲ୍ଲାର ବଣେଇ ଅଞ୍ଚଳର ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳ 8 ଟା ରୁ ଆନ୍ଦୋଳନ କାରୀ ବଣେଇ, ଲହୁଣୀପଡା, ନରେନ୍ଦ୍ର, କଲେଇପସ ସମେତ 213 ନମ୍ବର ଜାତୀୟ ରାଜପଥ ଠାରେ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱ ରେ ସହ ସହ ଗାଡି ମୋଟର ଅଟକ ରଖିଛନ୍ତି। ଏହା ସହ ସମସ୍ତ ସରକାରୀ ବେସରକାରୀ ଅଫିସ ବନ୍ଦ ରହିଛି ତେବେ ଏହି ବନ୍ଦ ରେ ଅତ୍ୟାବସକ ସାମଗ୍ରୀ କୁ ବାଦ ଦିଆଯାଇଛି ଏହି ବନ୍ଦ କୁ ଦେଖି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ଛକ ମାନଙ୍କର ବ୍ୟାପକ ପୋଲିସ ମୃତୟନ କରଯାଇଛି।